ବନ୍ଧୁଗଣ ଘରକୁ ବଡ ସମସ୍ଯା ଆସିବାର ମୁଖ୍ୟତଃ ୫ଟି କାରଣ ହୋଇଥାଏ । ଅଧିକାଂଶ ସମୟରେ ଆମେ ଜାଣତ ବା ଅଜାଣତରେ ଏପରି ଭୁଲ କରିଥାଉ ଯାହା ଦ୍ଵାରା ଜୀବନରେ ସମସ୍ଯା ଦେଖାଯାଏ । କଥା କଥାରେ ଘରେ ଝଗଡା ହେବ ସହ ଅକାଳ ମୃତ୍ୟୁ ଦେଖାଦିଏ । ଧନ କମାଇବା ପରେ ଗରିବର ସାମ୍ନା କରିବାକୁ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଅକାଳ ମୃତ୍ୟୁ ବା ଗରିବୀ ଆସିବାର ମୁଖ୍ୟ କାରଣ ଗୁଡିକ କଣ କଣ ହୋଇଥାଏ । ଭୁଲରେ ବି ଏହି ଭୁଲ କରନ୍ତୁ ନାହିଁ । ନଚେତ ଏହା ବରବାଦର କାରଣ ହୋଇଥାଏ ।
୧- ବାସ୍ତୁ ଶସ୍ତ୍ର ଅନୁଯାୟୀ ଘରେ ଗୋଟେ କି ଦୁଇତୁ ଛୁରୀ ରଖନ୍ତୁ ନାହିଁ । ଏହା ଦ୍ଵାରା କଳହ ହେବା ସହ ନେଗେଟିଭ ଶକ୍ତି ବଢିଥାଏ । ସକାଳ ସମୟରେ ଛୁରୀ ଦେଖନ୍ତୁ ନାହିଁ । ଏହା ଦ୍ଵାରା ଧନର ହାନି ହୁଏ ।
୨- ଘରେ କଣ୍ଟା ଜାତୀୟ ଗଛ ଅଛି ଯେପରିକି ନାଗଫେଣୀ ତେବେ ବହୁତ ବଡ ଅଶୁଭ ଅଟେ । ଏହା ଘରେ ଅକାଳ ମୃତ୍ୟୁ ହେବାର ମୁଖ୍ୟ କାରଣ ହୋଇଥାଏ । ଏହା ସହ ଘରେ ଅସାନ୍ତି ଦେଖାଯିବା ସହ ଖରାପ ଶକ୍ତିର ବାସ ହୋଇଥାଏ । ଘରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହର ଦେଖାଯାଏ । ଯେଉଁ ଗଛ ରେ ପତ୍ର ନଥାଇ କଣ୍ଟା ଥାଏ ତାହା ଘରେ ଲଗାନ୍ତୁ ନାହିଁ । ଯେଉଁଠି ନାଗଫେଣୀ ଗଛ ଥାଏ ସେଠାରେ ବିନାଶ ହୋଇଥାଏ । ତୁଳସୀ ଗଛ ପାଖରେ କଣ୍ଟା ଗଛ ଲଗାଇବା ଉଚିତ ନୁହେଁ ।
୩- ମାସିକ ଧର୍ମ ସମୟରେ ଯଦି ତୁଳସୀ ବା ଅନ୍ୟ କୌଣସି ଗଛରେ ପାଣି ଦିଅନ୍ତି ତେବେ ଘରେ ଗରିବ ଆସିଥାଏ । ଘରେ ଭଙ୍ଗା ଆଇନା ରଖିବା ଅଶୁଭ ହୋଇଥାଏ ।
ଜାଣନ୍ତୁ, ଠାକୁରଘରେ ଥିବା କେଉଁ ଚାରୋଟି ଜିନିଷ କାଙ୍ଗାଳ କରିଦିଏ
୪- ଘରେ ଭଙ୍ଗାରୁଜା ଇଟା, ପଥର, ଖଟ ପଡିଛି ତେବେ ଅଶୁଭ ହୋଇଥାଏ । ଏହା ଦ୍ଵାରା ଘରେ ଝଗଡା ହୋଇଥାଏ । ଘରେ ପୁରୁଣା ବାସନ, କାଚର ଭଙ୍ଗା ବାସନ ରଖିବା ଅନୁଚିତ ।
୫- ଘରେ କେବେବି ବୁଢିଆଣୀ ଜାଲ ହେବାକୁ ଦିଅନ୍ତୁ ନାହିଁ । ଏହା ନେଗେଟିଭ ଉର୍ଜାକୁ ବଢାଇଥାଏ ।
୬- ଘରେ ମେହେନ୍ଦି ଗଛ ଲଗାଇଥିଲେ ତାହାକୁ ବାହାରେ ଲଗାନ୍ତୁ । ଏହା ସହ ଅମୃତଭଙ୍ଗା ଗଛ ଘର ବାହାରେ ଲଗାନ୍ତୁ ନାହିଁ । ଏହା ଦ୍ଵାରା ନେଗେଟିଭ ଶକ୍ତିର ବାସ ହୋଇଥାଏ ।
୭- ଅଧିକ ବାସନାଯୁକ୍ତ ଗଛ ଥିଲେ ତାହାକୁ ବାହାରେ ଲଗାନ୍ତୁ । ଏହାକୁ ଶୁଭ ମାନାଯାଏ ନାହିଁ ।
ଜାଣନ୍ତୁ, ସାବିତ୍ରୀ ବ୍ରତରେ କଣ ଆଉ କିଭଳି ପିନ୍ଧିବେ
୮- ଘରେ ଓସ୍ତ ଗଛ ଲଗାନ୍ତୁ ନାହିଁ । ଯଦି ଘରେ କେଉଁଠି ଓସ୍ତ ଗଛ ଉଠିଯାଏ ତାହାକୁ ପାଣିରେ ଭସାଇ ଦିଅନ୍ତୁ । ଘରେ ଶୁଖିଲା ତୁଳସୀ ଗଛ ରଖନ୍ତୁ ନାହିଁ ।
୯- କଦଳୀଗଛ ଅଧିକ ବଡ ହେବା ଯାଏଁ ରଖିଲେ ଦଇବଶକ୍ତି କ୍ରୋଧିତ ହୁଅନ୍ତି ।
୧୦- ଘରେ ରାତିରେ ଅଇଁଠା ବାସନ ରଖନ୍ତୁ ନାହିଁ । ଏହା ଦ୍ଵାରା ପରିବାର କାଙ୍ଗାଳ ହୋଇଯାଏ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।