ବାହା ହେବ କହି ମୋ ପାଖରେ ସ୍ୱାମୀ ଭଳି ରହିଲା, ମନ ଭରି ସବୁ କରିଲା ପରେ ମୋ ସହ ଏମିତି କଲା

ମୋ ଠାରୁ ପ୍ରତି ରାତିରେ ଦେହ ସୁଖ ନେଲା । ବିବାହର ପ୍ରତିଶୃତି ଦେଇ ମୋ ପାଖରେ ରହିଲା ସ୍ୱାମୀ ଭଳି । ମନ ଭରିଗଲା ପରେ ମୋ ସହ ଏମିତି କଲା । ମୋତେ ବହୁତ ଭଲ ପାଉଥିଲା ମୁଁ ବାରରେ ନାଚୁଥିଲେ ବି ତାର କିଛି ଅସୁବିଧା ନଥିଲା । ମୋତେ କହିଥିଲା ବାହା ହେବ ବୋଲି ସେଥିପାଇଁ ମୋ ପାଖରେ ରହୁଥିଲା ।

ପ୍ରତି ରାତିରେ ମୋ ସହ ଶାରୀରିକ ସମ୍ପର୍କ ରଖୁଥିଲା । ହେଲେ ଯେତେବେଳେ ମୁଁ ବାହା ହେବାକୁ କହିଲି ମୋ ସହ ଏମିତି କରିଦେଲା । କହିଲା ତୁ ବାର ବାଲି ମୁଁ ତୋତେ ବାହା ହୋଇ ପାରିବି ନାହିଁ । ଆଉ ମୋ ସହ ଶେଷ ଥର ପାଇଁ ରହି ମୋତେ ସବୁଦିନ ପାଇଁ ଆରପାରିକୁ ପଠାଇ ଦେଲା ।

ହଁ ଆଜ୍ଞା ଏବେ ଏମିତି କିଛି ଉପରେ ଥାଇ ଭାବୁଥିବେ ସୁଲଚନା ଦାସ । ଯାହାଙ୍କର ଅକାଳରେ ମୃତ୍ୟୁ ହୋଇଯାଇଛି । ଯାହା ବନ୍ଦ ଘରୁ ମିଳିଛି ସୁଲଚନାଙ୍କର ମୃତ ଦେହ । ଯାହା ପରେ ସୁଲଚନାଙ୍କ ଭଉଣୀ ଅଭିଯୋଗ କରିଛନ୍ତି କି ତାଙ୍କ ପ୍ରେମକ ନିହାର ହତ୍ୟା କରିଛି ।

ସୁମୀଙ୍କ ଘର ହେଉଛି ଜଗତସିଂହପୁର ତିର୍ତ୍ତଳ ଥାନା ଅଲଣା ଗାଁରେ । ସୁମୀ ରାଜଧାନୀରେ ରହୁଥିଲେ ରାତି ହେଲେ ବାରକୁ ଡ୍ୟାନ୍ସ କରିବା ପାଇଁ ଯାଆନ୍ତି ସୁମୀ । ଆଉ ସେହି ସମୟରେ ବାରରେ କାମ କରୁଥିବା ଜଣେ ବ୍ୟକ୍ତି ଅଭିଯୁକ୍ତ ନିହାର ଗିରି ସହ ପ୍ରେମ ସମ୍ପର୍କ ଆରମ୍ଭ ହୁଏ । ଉଭୟ ଭୁବନେଶ୍ୱରରେ ଏକ ଘର ଭଡା ନେଇ ସାଙ୍ଗ ହୋଇ ରହନ୍ତି ।

ଅଭିଯୋଗ ମୁତାବିତ ନିହାର ବାହା ହେବା ପାଇଁ ସୁଲଚନାଙ୍କୁ ପ୍ରତିଶୃତି ମଧ୍ୟ ଦେଇଥିଲେ । ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ଶାରୀରିକ ସମ୍ପର୍କ । ବିବାହ ନହେଉଣୁ ମଧ୍ୟ ଭଡା ଘରେ ସ୍ୱାମୀ ସ୍ତ୍ରୀଙ୍କ ଭଳି ରହୁଥିଲେ । ହେଲେ ଯେତେବେଳେ ସୁଲଚନା ବାହା ହେବା ପାଇଁ କହିଥିଲେ ସେତେବେଳେ ନିହାର ତାଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ଭଉଣୀ ।

ସୁମୀଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରଥମେ କଲ କରି କହିଥିଲା ପ୍ରେମିକ ନିହାର । ଯାହା ପରେ ନିହାରର ଫୋନ ଏବେ ସୁଇଜଅଫ ଅଛି । ଫେରାର ରହିଛି ନିହାର । ପରିବାର ଲୋକେ ପହଁଚି ଦେଖିଲା ବେଳକୁ ସୁମୀ ଆଉ ନାହାନ୍ତି । ଏମିତି ସ୍ଥିତି ଥିଲା ଯେ ପୁରା ହତ୍ୟା ଭଳି ଥିଲା କହିଛନ୍ତି ପରିବାରରେ ଥିବା ସୁମୀଙ୍କ ଭଉଣୀ ।

ଏହାକୁ ନେଇ ବରଗଡ଼ ଥାନାରେ ଯାଇ ସୁମୀଙ୍କ ଭଉଣୀ ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ୩୦୨ ଦଫାରେ ମାମଲା ରୁଜୁ କରି ନିହାର ଗିରୀଙ୍କୁ ଖୋଜୁଛି । ସେହିପରି ପୋଲିସ ସୁମୀଙ୍କ ଫୋନ ରୁ ଭିଡ଼ିଓ ଓ କଲ ରେକର୍ଡ ଆଦି ସଂଗ୍ରହ କରି ତଦନ୍ତ ଚଲାଇଛି ।