କୁମ୍ଭୀର ସହିତ ବର୍ତ୍ତମାନ ମହାବଳ ବାଘର ଭୟ । ଛେଳି କୁକୁଡ଼ା ପରେ ପଡ଼ିବ ମଣିଷର ପାଳି ।

ବର୍ତ୍ତମାନ ସମୟରେ ଓଡ଼ିଶାରେ କେଉଁ ଭୟ ରହିଛି ତାହା ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ଯେଉଁଠି ଦେଖ ନଦୀରେ କୁମ୍ଭୀର ବୁଲୁଛନ୍ତି । ପୁଣି ଅତି ବେଶୀରେ ନିର୍ମମ ଭାବରେ ଜଣେ ମହିଳାଙ୍କ ଜୀବନ କୁମ୍ଭୀର ପେଟରେ ଯିବାର ଦୃଶ୍ୟ ଦେଖି ଲୋକେ ଯେଉଁଭଳି ଭୟଭୀତ ହୋଇଛନ୍ତି , ସେମାନେ ବର୍ତ୍ତମାନ ଘରୁ ବହାରିବାକୁ ଭୟ କରୁଛନ୍ତି । କିନ୍ତୁ ଏତିକିରେ ଭୟ ଶେଷ ହୋଇନାହିଁ । ବର୍ତ୍ତମାନ ସାରା ରାଜ୍ୟରେ ମହାବଳ ବାଘର ଆତଙ୍କ ଖେଳି ଯାଇଛି । ଯାହା ଆହୁରି ଭୟଙ୍କର ଅଟେ । ବାଘର ନାଁ ସୁଦ୍ଧା ଶୁଣି ଲୋକେ ଭୟଭୀତ ହୋଇ ଗଲେଣି । ଆଉ ଆମେ ମଧ୍ୟ ଆପଣଙ୍କୁ ଆଜି ସେହି ବିଷୟରେ କହିବୁ ।

କହିରଖିବୁ ଯେ ଗତ କିଛିଦିନ ହେବ ଓଡ଼ିଶାର ନଦୀ ମାନଙ୍କରେ କୁମ୍ଭୀର ଆତଙ୍କ ଖେଳାଉଥିବା ସହିତ ଓଡ଼ିଶା ଏବଂ ଆନ୍ଧ୍ର ସୀମାନ୍ତରେ ମହାବଳ ବାଘ ଆତଙ୍କ ଖେଳାଉଥିବାରେ ଦେଖିବାକୁ ମିଳିଛି । ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ଭିମିନିପୋଟଳିରେ ବାଘ ବୁଲୁଥିବା କୁହାଯାଉଛି । ଏମିତିକି ଏନେଇ ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ତେବେ ବର୍ତ୍ତମାନ ସୁଦ୍ଧା ଏହାର ସତ୍ୟାସତ୍ୟ ଜଣା ପଡ଼ିନଥିବା ବେଳେ ଏହି ଅଞ୍ଚଳରେ ବାଘର ପାଦ ଚିହ୍ନ ପଡ଼ିଥିବା ସ୍ଥାନୀୟ ଲୋକେ ଏବଂ ବନ ବିଭାଗ ଠାବ କରିଥିବା ଜଣା ପଡ଼ିଛି । ଏପରିକି ଛେଳି ମେଣ୍ଢା ଶିକାର କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ଯାହାକୁ ନେଇ ସେଠାକାର ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।

ଏପଟେ ଓଡ଼ିଶାର ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ଯୋଗୁଁ ସ୍ଥାନୀୟ ଲୋକେ ବାଘ ଆତଙ୍କକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି । ପୁଣି ଆଖପାଖ ଗାଁ ରେ କିଛି ଛେଳି ଏବଂ କୁକୁଡ଼ାକୁ ମହାବଳ ବାଘ ଶିକାର ବନାଇ ଥିବା ଲୋକେ କହିଛନ୍ତି । ତେଣୁ ବାହାରେ ବୁଲିବା ଲୋକଙ୍କ ପକ୍ଷେ ଠିକ ହେଉନାହିଁ । କାରଣ କୁମ୍ଭୀର ଭଳି ବାଘ ମଧ୍ୟ ମାଂସାସି । ଆଉ କେତେବେଳେ ଯେ କଣ ପରିସ୍ଥିତି ଆସିବ ଏବଂ ବାଘ ହାବୁଡ଼ରେ କିଏ ପଡ଼ିବ ତାହା ବା କିଏ କହିବ । ତେବେ ଏପଟେ ଲୋକେ କର୍ତ୍ତୃପକ୍ଷଙ୍କୁ ବାଘ ଆତଙ୍କ ଖବର ଜଣାଇ ସମସ୍ୟାର ସମାଧାନ ପାଇଁ ଗୁହାରି କରିଛନ୍ତି ।

Leave a Comment