ଛୋଟବେଳରୁ ଅଭିନୟ କରିବାରେ ରୁଚି ରଖିଥିବା ଏହି ଅଭିନେତ୍ରୀଙ୍କ ନାମ ହେଉଛି ବର୍ଷା ପ୍ରିୟଦର୍ଶିନୀ । ଓଡ଼ିଶାର cuttack ସହରରେ ଜନ୍ମ ନେଇଥିବା ଏହି ଅଭିନେତ୍ରୀଙ୍କ ଜୀବନ କାହାଣୀ ଆରମ୍ଭ ହୋଇଥିଲା 7 august 1984 ମସିହାରୁ । ସେ ଥିଲେ ତାଙ୍କର ତିନି ଭଉଣୀଙ୍କ ମଧ୍ୟରୁ ସବୁଠାରୁ ସାନ । ବର୍ଷାଙ୍କର ଛୋଟ ବେଳରୁ ହିଁ ବାପା, ମା, ପରିବାର ଏବଂ ଭଉଣୀମାନଙ୍କ ପ୍ରତି ଭଲ ପାଇବା ଭରପୁର ଥିଲା ।
ସେ ତାଙ୍କର school ପାଠ ଶେଷ କରିବା ପରେ, କଟକର Shailabala Women’s College ରୁ college career ମଧ୍ୟ ଶେଷ କରିଥିଲେ । ପାଠପଢା ସହିତ ନୃତ୍ୟକଳା ହେଉ ବା ଅଭିନୟ ହେଉ ସବୁଥିରେ ସେ ପଛକୁ ନ ହଟି ଆଗ୍ରହର ସହିତ ଭାଗ ନେଉଥିଲେ ।
Varsha Priyadarshini Life Story
ତାଙ୍କ ମା’ଙ୍କ ନାମ ଥିଲା Dipa Sahu । ଦୀପା ସାହୁ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ରରେ ଅଭିନୟ କରୁଥିଲେ । ଦୀପା ୧୯୭୭ ମସିହାରେ ସୁନା ସଂସାର ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ତୋ ଆଖି ମୋ ଆଇନା ୧୯୯୯ ମସିହାରେ ମୁକ୍ତିଲାଭ କରିଥିଲା ।
କିନ୍ତୁ ନିଜ ମା’ଙ୍କ ପଦାଙ୍କକୁ ଅନୁସରଣ କରି ସିନେମା ଜଗତରେ ପାଦ ରଖିଥିବା ଏହି ଅଭିନେତ୍ରୀ ଓଡିଆ ଏବଂ ବଙ୍ଗଳା ଭାଷାରେ ଅନେକ ସିନେମାରେ ଅଭିନୟ କରିଛନ୍ତି ।
ଦେଖନ୍ତୁ, ମୁହଁକୁ ସୁନ୍ଦର ଓ ଗୋରା କରିବା ପାଇଁ ଘରୋଇ ଉପଚାର
କିନ୍ତୁ ସିନେମା ଜଗତକୁ ଆସିବା ପୂର୍ବରୁ ବର୍ଷା ଧାରାବାହିକରେ ଅଭିନୟ କରୁଥିଲେ । ବର୍ଷା ଇ-ଟିଭି(ଓଡ଼ିଆ)ରେ ପ୍ରସାରିତ ଧାରାବାହିକ‘ପଣତକାନି’ରେ ପ୍ରଥମେ ନଜର ଆସିଥିଲେ। ବର୍ଷାଙ୍କୁ ଏଥିରେ ନେବା ଲାଗି ଏହାର ନିର୍ଦ୍ଦେଶକ ଚୌଧୁରୀ ବିକାଶ ଦାସ ତାଙ୍କ ଘରେ ପହଞ୍ଚିଥିଲେ । ହେଲେ ଆପଣମାନେ ଜାଣି ବିସ୍ମିତ ହେବେ ଯେ ‘ପଣତକାନି’ରେ ଅଭିନୟ କରିବା ଲାଗି ପ୍ରଥମେ ବର୍ଷା ଆଦୌ ରାଜି ହୋଇ ନ ଥିଲେ। ସେତେବେଳେ ସେ ଅଭିନୟ ପ୍ରତି ଆଗ୍ରହୀ ନ ଥିଲେ। ହେଲେ ମାଆ ଓ ନିର୍ଦ୍ଦେଶକଙ୍କ ବୁଝାଇବା ପରେ ସେ ରାଜି ହୋଇଥିଲେ । ନିର୍ଦ୍ଦେଶକ ବର୍ଷାଙ୍କୁ କହିଥିଲେ ଯେ ଯଦି ଭଲ ନ ଲାଗିବ ପରେ ଏହି ଧାରାବାହିକ ଛାଡ଼ି ଦେବେ। ସେ ଯାହା ହେଉନା କାହିଁକି ବର୍ଷା ପ୍ରିୟଦର୍ଶିନୀ ‘ପଣତକାନି’ରେ ଅଭିନୟ କରି କ୍ୟାରିଅର୍ ଆରମ୍ଭ କରିଥିଲେ ଓ କିଛି ମାସ ପରେ ସେଥିରୁ ଓହରି ମଧ୍ୟ ଯାଇଥିଲେ। ତା’ପରେ ସେ ସିନେଜଗଭତରେ ପ୍ରବେଶ କରିଥିଲେ ।
୨୦୦୩ ମସିହାରେ ସେ ଉତ୍ତମ ମହାନ୍ତି ଏବଂ ମିଥୁନ ଚକ୍ରବର୍ତ୍ତୀ ଅଭିନୀତ ଓଡ଼ିଆ କଥାଚିତ୍ର ଏ ଯୁଗର କୃଷ୍ଣ ସୁଦାମା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହା ପୂର୍ବରୁ ଅବଶ୍ୟ ସେ ଶିଶୁ କଳାକାର ରୂପେ ‘ମା’ ଓ ‘ଗୋଲାମଗିରି’ ଭଳି ସିନେମାରେ ଦେଖାଦେଇଥିଲେ । କିନ୍ତୁ ବର୍ଷାଙ୍କ ଅଭିନୀତ ଏହି କଥାଚିତ୍ରଟି ସେହି ସମୟରେ ସୁପର ହିଟ ଥିଲା । ଏବଂ ତାଙ୍କୁ ପରବର୍ତୀ ଓଡିଆ ଚଳଚିତ୍ରରେ ଅଭିନୟ କରିବାର ଏକ ସୁନେହେରା ମଉକା ମିଳିଥିଲା।
Varsha Priyadarshini Biography
ଏହାପରେ ସେ ସୁନା ଶଙ୍ଖାଳି, ସାବତ ମାଆ, ବାଜି, ତୁ ମୋ ଆଖିର ତାରା, ଟୋପାଏ ସିନ୍ଦୁର ଦି ଟୋପା ଲୁହ, ତୋତେ ମୋ ରାଣ, ଥ୍ୟାଙ୍କ୍ ୟୁ ଭଗବାନ ଭଳି ସଫଳ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୮ ମସିହାରେ ସେ ବଙ୍ଗଳା ଚଳଚ୍ଚିତ୍ର ଜୋର୍ ଜରିଆରେ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଗୋଲ୍ମାଲ୍, ଲଭ୍ ଷ୍ଟୋରୀ, ବାଳିକା ବଧୂ, ଟକ୍କର, ହସି ଖୁସି କ୍ଲବ୍, ଟୁପୁରୁ ଟୁପୁର ବ୍ରିଷ୍ଟି ପଡ଼େ, ଅଚେନା ପ୍ରେମ୍ ଭଳି ବଙ୍ଗଳା କଥାଚିତ୍ରରେ ସେ ଅଭିନୟ କରିଛନ୍ତି ।
ଜାଣନ୍ତୁ, ଏହି ଦଶଟି କାରଣ ଲାଗି ଲୋକ ଗରିବ ହୋଇଯାନ୍ତି – କେବେହେଲେ କରନ୍ତୁ ନାହିଁ
ଏହିଭଳି ଭାବେ 5 ରୁ 6 ବର୍ଷ ସିନେମା ଜଗତରେ ଅଭିନୟ କରିବା ପରେ ବର୍ଷାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓଡିଆ ଅଭିନେତା ଅନୁଭବ ମହାନ୍ତିଙ୍କ ସହିତ । ତା’ପରେ ଦୁହେଁ ସିନେମା star 2014 February 8 ରେ marriage ମଧ୍ୟ କରିଥିଲେ । ବାହାଘର ପରେ ଅନୁଭବ ଏବଂ ବର୍ଷା, ଦୁହେଁ ସ୍ବାମୀ, ସ୍ତ୍ରୀ Oscar ନାମକ ଏକ cheat fund company ର ଠକେଇ ଟଙ୍କାରେ ଚଳଚିତ୍ର ବନେଇଥିବା ଅଭିଯୋଗ ମଧ୍ୟ ଆସିଥିଲା । ଯାହା କିଛି ଦିନ ପରେ ସମାଧାନ ହୋଇ ଯାଇଥିଲା ।
ଏହାଥିଲା ବର୍ଷାଙ୍କର 2016 ମସିହା ପର୍ଯନ୍ତର କିଛି ଜୀବନ କାହାଣୀ । ବର୍ଷା ଏବଂ ଅନୁଭବ ଦୁଇଜଣଙ୍କ ପ୍ରେମ ସମ୍ପର୍କକୁ ନେଇ ଆପଣଙ୍କର କଣ ମତାମତ ରହିଛି କମେନ୍ଟ ବକ୍ସରେ କମେନ୍ଟ କରି ନିଶ୍ଚୟ ଜଣାଇବେ ।